ଭୁବନେଶ୍ୱର : ଜନବସତି ମୁହାଁ ହେଉଥିବା ହାତୀଙ୍କୁ ଦିଆଯିବ କରେଣ୍ଟ ଝଟକା । ସୋଲାର ଫେନସିଂ ବା ସୌର ଶକ୍ତି ଦ୍ୱାରା ପରିଚାଳିତ ଝୁଲନ୍ତା ତାର ବାଡ଼ ଲଗାଇ ହାତୀ ଉପଦ୍ରବ ରୋକିବା ପାଇଁ ଏଭଳି ପ୍ରୟାସ କରିବାକୁ ଯାଉଛି ବନ ବିଭାଗ । ଚନ୍ଦକା ଅଭୟାରଣ୍ୟରେ ଏଭଳି ଯୋଜନା କରାଯାଇଛି । ଅନେକ ସମୟରେ ହାତୀ ନିଜ ଅଞ୍ଚଳ ଛାଡ଼ି ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳେ । ହେଲେ ଏବେ ଏହି କରେଣ୍ଟ ଝଟକାର ବ୍ୟବହାର ଦ୍ୱାରା ହାତୀ ଆଉ ଜନବସତି ମୁହାଁ ହେବେ ନାହିଁ । ଚନ୍ଦକା ଜଙ୍ଗଲର ପାଚେରୀକୁ ଲାଗି ଏହି ତାର ବାଡ଼ ରହିଛି । ଯେଉଁଥିରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ରହିବ । ଏହାକୁ ବନ କର୍ମଚାରୀମାନେ କଣ୍ଟ୍ରୋଲ ପ୍ୟାନେଲ ଦ୍ୱାରା ପରିଚାଳିତ କରିବେ ।
Views: 114











