ବାରିପଦା : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କର ଜୀବନ । ଆଜି ଭୋର ଚାରିଟା ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଉକାଶୋଳ ଗ୍ରାମରେ ହାତୀ ପ୍ରବେଶ କରି ଘର ଭାଙ୍ଗି ଭିତରେ ଶୋଇଥିବା ଅବସ୍ଥାରେ ନାଗି ହାଁସଦାଙ୍କୁ ଘୋଷାଡି ଆଣି ଦଳି ଚକଟି ଦେଇଛନ୍ତି। ଫଳରେ ବୃଦ୍ଧା ନାଗିଙ୍କ ଦେହରୁ ଗୋଡ ଅଲଗା ହୋଇଯିବା ସହିତ ଅନ୍ତବୁଜଳା ବାହାରି ଆସିଥିବାର ଦେଖିବାକୁ ମିଳିଛି। ଖବର ପାଇ ରାସଗୋବିନ୍ଦପୁର ବନବିଭାଗ ପହଞ୍ଚି ମୃତ୍ୟୁ ନାଗିଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ ପଠାଇଥିଲେ କିନ୍ତୁ ସେଠାରେ ଡାକ୍ତର ନାଗିଙ୍କୁ ମୃତ ଘୋଷଣା କରିଥିଲେ। ଠିକ ସେହିପରି ଉକ୍ତ ପଞ୍ଚାୟତ ଅଧିନ ଶୁଖିଲାଖାଳି ଗ୍ରାମ ବଡା ମୁର୍ମୁ ଘର ବାରଣ୍ଡାରେ ଶୋଇଥିବା ବେଳେ ଉକ୍ତ ୨୫ ଟିକିଆ ହାତୀ ପଲ ମଧ୍ୟରୁ ଦୁଇଟି ହାତୀ ବଡାଙ୍କୁ ଶୁଣ୍ଢରେ ଟାଣି ଆଣି କଚାଡି ଦେଇଥିଲେ।ତେବେ ପାଟି ଶୁଣି ସ୍ଥାନୀୟ ଲୋକେ ଆସି ହାତୀ ପଲକୁ ଘଉଡାଇବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
Views: 63











