ଅଯୋଧ୍ୟା : ଅଯୋଧ୍ୟାରେ ସମ୍ପନ୍ନ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହା ସହିତ ରାମଲାଲାଙ୍କ ପ୍ରଥମ ସମ୍ପୁର୍ଣ୍ଣ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ପ୍ରଭୁ ଶ୍ରୀରାମ ପୀତାମ୍ବର ବସ୍ତ୍ର , ସ୍ୱର୍ଣ୍ଣ ଆଭୂଷଣ ଏବଂ ହାତରେ ସୁନାର ଧନୁତୀର ଧରି ଦର୍ଶନ ଦେଇଛନ୍ତି। ଭଗବାନ ଶ୍ରୀରାମଙ୍କ ମଥାରେ ଲାଗିଥିବା ତିଳକ ହୀରା ଓ ରୁବିରେ ନିର୍ମିତ । କାନର କୁଣ୍ଡଳରେ ମୋତି, ପାନା ଓ ରୁବି ବ୍ୟବହାର କରାଯାଇଛି। ବେକରେ ଲାଗିଥିବା ହାରରେ ପାନା, ରୁବି, ମୋତି ଓ ହୀରା ମଧ୍ୟ ବ୍ୟବହୃତ ହୋଇଛି। ଏହାବ୍ୟତୀତ ଭଗବାନ ଶ୍ରୀରାମଙ୍କୁ ଆହୁରି ଅନେକ ଅଳଙ୍କାରରେ ସଜ୍ଜିତ କରାଯାଇଛି।
Views: 92











