ଜଗତସିଂହପୁର : ଦ୍ରୁତଗାମୀ ହାଇୱା ଟ୍ରକ ଧକ୍କାରେ ୩ ଗୁରୁତର । ସୂଚନାମୁତାବକ ଆଜି ସକାଳ ୧୦ ଟା ସମୟରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ୩ ଜଣ ବ୍ୟକ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜୟପୁର ଛକ ନିକଟରେ ଠିଆ ହୋଇ କଥାବାର୍ତ୍ତା ହେଉଥିବା ସମୟରେ ଏକ ଦ୍ରୁତଗାମୀ ହାଇୱା ଟ୍ରକ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ଥାନୀୟ ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତରକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣକ ହେଲେ ଶୁଭଙ୍କର ସ୍ଵାଇଁ ବୟସ ୩୦ ଘର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବୋଲି ଜଣାପଡିଛି । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Views: 91











