ନୂଆଦିଲ୍ଲୀ : ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି ହୋଇଛି। ଆଇଟିଆର, ପିଏକ୍ସଇ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଛି। ସୁରକ୍ଷା ବୈଠକ ଡାକିଲେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି । ଦିନ ୨ଟାରେ ପିଏକ୍ସଇ କ୍ୟାମ୍ପସରେ ବସିବ ସୁରକ୍ଷା ବୈଠକ । ବୈଠକରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପୂର୍ବାଞ୍ଚଳ ଡିଆଇଜି କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଡିଜିପି ଶ୍ରୀ ଖୁରାନିଆ ରାଜ୍ୟର ସମସ୍ତ ଡିଆଇଜି, ଆଇଜି ଓ ଏସ୍ପିଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଏବଂ ସମସ୍ତଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଶେଷକରି ରାଜ୍ୟର ସମସ୍ତ ସାମରିକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିକୁ ସବୁ ଦିଗରୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ସେହିପରି ହୀରାକୁଦ ଭଳି ବଡ଼ବଡ଼ ଡ୍ୟାମ୍, ବିମାନବନ୍ଦର ଓ ବନ୍ଦରଗୁଡ଼ିକର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ସମ୍ବେଦନଶୀଳ ଜାଗାଗୁଡ଼ିକରେ ଘନଘନ ପାଟ୍ରୋଲିଂ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର ସମେତ ୪ଟି ଏୟାର୍ପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ରାଉରକେଲା ଓ ଜୟପୁର ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବରରୁ ଗଞ୍ଜାମ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଫୋକସ୍ରେ ରଖାଯାଇଛି। ତଟରକ୍ଷୀ ବାହିନୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ପୁଲିସ ଓ ତଟରକ୍ଷୀ ବାହିନୀମଧ୍ୟରେ ରୀତିମତ ଯୋଗାଯୋଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ହାଇଆଲର୍ଟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି , ଦିନ ୨ଟାରେ ବସିବ ସୁରକ୍ଷା ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











