ବାଲେଶ୍ୱର : ହସ୍ପିଟାଲ ହଷ୍ଟେଲ ଭିତରେ ଜୀବନ ହାରିଲେ ଛାତ୍ର । ରଶି ଲଗାଇ ଝୁଲି ପଡିଲେ ସୋର ଅଞ୍ଚଳର ବିଏସସି ନର୍ସିଂ ଛାତ୍ର । ମୃତ ଛାତ୍ର ହେଉଛନ୍ତି ୨୦ ବର୍ଷୀୟ ରୌମ୍ୟ ରଞ୍ଜନ ସାମଲ । ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡର ଡ୍ରେସିଂ ରୁମରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ କର୍ମଚାରୀ । ପରେ ତାଙ୍କୁ ମେଡିକାଲ କର୍ମଚାରୀ ମାନେ ଗୁରୁତର ଭାବରେ ଝୁଲନ୍ତା ଅବସ୍ଥାରେ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ । ରୌମ୍ୟରଞ୍ଜନଙ୍କ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ । ଏକ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।
Views: 44