The Ultimate Managed Hosting Platform
ADVERTISEMENT

ହସୁଛି କାଶତଣ୍ଡୀ , ମାଙ୍କୁ ସ୍ୱାଗତ ପାଇଁ କରିଛି ଅପେକ୍ଷା

Facebook
Twitter
LinkedIn

ବ୍ୟୁରୋ : ସୁନ୍ଦର କାଶତଣ୍ଡୀ । ପରିବେଶକୁ କରୁଛି ବିମୋହିତ । ଧଳା ରଙ୍ଗର ଏହି ଫୁଲ ପବନର ସ୍ପର୍ଶରେ ନାଚି ଉଠୁଛି । ଖିଲି ଖିଲି ହୋଇ ହସି ଉଠୁଛି । ଶରତ ରୁତୁର ଆଗମନରେ ଧରାପୃଷ୍ଠକୁ ଚାଲି ଆସେ କାଶତଣ୍ଡୀ । ଦୁର୍ଗତୀନାଶିନୀ ମା ଦୁର୍ଗାଙ୍କୁ କରେ ଆବାହନ । ମାଙ୍କୁ ସ୍ୱାଗତ କରିବା ପାଇଁ କାଶତଣ୍ଡୀ ଫୁଟି ଉଠେ । କାଶତଣ୍ଡୀର ସିନା ବାସ୍ନା ନାହିଁ କିନ୍ତୁ ପରିବେଶକୁ ଖୁବ ସୁନ୍ଦର କରୁଛି ।
ନଦୀପଠାରେ ଶୋଭା ପାଉଥିବା କାଶତଣ୍ଡୀକୁ ଦେଖିଲେ ମନ ଯେମିତି ଖୁସିରେ ନାଚି ଉଠେ । ପଥିକ ଟିଏ ବି କାଶତଣ୍ଡୀ ଫୁଲକୁ ଦେଖିଲେ କିଛି ସମୟ ପାଇଁ ଅଟକି ଯାଏ । ଆସ କାଶତଣ୍ଡୀ ଫୁଲକୁ ଅନୁଭବ କରେ । କେବଳ ଶରତ ରୁତୁ ଆସିଲେ ଗଣେଶ ପୂଜା ପରଠୁ ହିଁ କାଶତଣ୍ଡୀ ଫୁଲର ସମ୍ଭାର ଦେଖିବାକୁ ମିଳେ । ଆଉ ମନରେ ଗୋଟେ ଉନ୍ମାଦନା ଆସେ ଯେ ମାଙ୍କର ଆଗମନର ସମୟ ହୋଇଗଲା । ମାଆଙ୍କ ଆଗମନରେ କାଶତଣ୍ଡୀ ଫୁଲ ଖିଲିଖିଲି ହୋଇ ହସିଉଠେ । ଆଉ ମାଆଙ୍କ ମେଲାଣି ପରେ କାଶତଣ୍ଡୀ ପୁଲ ମଉଳି ଯାଏ । ସତରେ କାଶତଣ୍ଡୀ ଫୁଲ କେଡେ ଯେ ଭାଗ୍ୟବାନ । ମାଙ୍କୁ ସ୍ୱାଗତ କରିବାର ସୈାଭାଗ୍ୟ ଯେ ପ୍ରାପ୍ତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login