ନୂଆଦିଲ୍ଲୀ : ହସପିଟାଲରେ ନିଆଁ । ଗୁଜରାଟର ଅହମଦାବାଦ ସହରରେ ଥିବା ଏକ ହସପିଟାଲରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ହସପିଟାଲରୁ ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାରେ ବାହାର କରାଯାଇଛି । ତେବେ ନିଆଁ ସକାଳ ୪.୩୦ ମିନିଟରେ ହସପିଟାଲର ବେସମେଣ୍ଟରେ ନିଆଁ ଲାଗିଥିବା ପୋଲିସ କହିଛି । ଖବର ମୁତାବକ, ଅହମଦାବାଦର ଶାହିବାଗ ସ୍ଥିତ ହସପିଟାଲ ବେସ୍ମେଣ୍ଟରେ ସକାଳ ୪.୩୦ ମିନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କିଛି ସମୟ ପରେ ଜୋରଦାର ବ୍ଲାଷ୍ଟ ହୋଇ ବିଲିଡିଂରୁ ପ୍ରବଳ ଧୂଆଁ ବାହାରିଥିଲା । ଖବର ପାଇ ଦମକଳ ବାହିନୀ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ହସପିଟାଲରୁ ପାଖାପାଖି ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ପ୍ରବଳ ଧୂଆଁ ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ଥିଲା । ଏବେ ବି ହସପିଟାଲ ବେସମେଣ୍ଟରୁ ଧୂଆଁ ବାହାରୁଛି । ତେବେ ନଆଁ କେମିତି ଲାଗିଲା, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ୨୨ଟି ଦମକଳ ଟିମ୍ ଲାଗିଛି ।
Views: 90