The Ultimate Managed Hosting Platform
ADVERTISEMENT

ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା

Facebook
Twitter
LinkedIn

ହରିୟାଣା : ଆଇପିଏସ ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା । ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରୋ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ ନୋଟରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଥିଲେ । ଅନ୍ୟପଟେ ମାମଲାରେ ରୋହତକର ଏସପି ନରେନ୍ଦ୍ର ବିଜାରନିଆଙ୍କୁ ମଧ୍ୟ ଟ୍ରାନସଫର କରାଯାଇଛି । ଅନ୍ୟପଟେ ପୂରଣ କୁମାରଙ୍କ ପରିବାର ପକ୍ଷରୁ ଡିଜିପିଙ୍କ ବିରୋଧରେ ଏତଲା ଦିଆଯାଇଛି । ପୂରଣ କୁମାରଙ୍କ ପତ୍ନୀ ତଥା ଆଇପିଏସ ଅଫିସର ଅମନୀତ ପି କୁମାର ପୋଷ୍ଟମର୍ଟମ କରିବାକୁ ମନା କରିଦେଇଛନ୍ତି । ଚିଠିରେ ଉଲ୍ଲେଖ ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପରେ ହିଁ ମୃତଦେହ ବ୍ୟବଚ୍ଛେଦ କରିବାକୁ ସେ ଦାବି କରିଛନ୍ତି । ପୂରଣ କୁମାରଙ୍କ ପରିବାର ତରଫରୁ ଡିଜିପିଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ଏବେ ଏହି ମାମଲା ହାଇପ୍ରୋଫାଇଲ ହୋଇଯାଇଛି । ସମସ୍ତଙ୍କ ନଜର ଏହି ମାମଲାରେ ରହିଛି ।
ସୂଚନାଯୋଗ୍ୟ, ଗତ ୭ ତାରିଖ ଦିନ ୱାଇ ପୂରଣ କୁମାର ଜୀବନ ହାରିଥିଲେ । ତାଙ୍କ ପାଖରେ ମିଳିଥିବା ଚିଠିରେ ସେ ଡିଜିପିଙ୍କ ସମେତ ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ନାଁ ନେଇଥିଲେ । ଯେଉଁଥିରେ ଜାତିଆଣ ଆକ୍ଷେପ ସହ ତାଙ୍କ କ୍ୟାରିଅରକୁ ନଷ୍ଟ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ । ୨୦୦୧ ବ୍ୟାଚର ଆଇପିଏସ ଅଫିସର ପୂରଣ କୁମାର ରୋହତକ ପୋଲିସ ଟ୍ରେନିଂ ସେଣ୍ଟରରେ ଇନପେକ୍ଟର ଜେନରାଲ ବା ଆଇଜି ପଦବୀର ଅବସ୍ଥାପିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login