ଟାଙ୍ଗୀ : ଭାରସାମ୍ୟ ହରାଇ ହମ୍ପସରେ ପିଟିହେଲା କାର । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ କଉଡି ଛକରେ ତୀର୍ଥ ଯାତ୍ରୀ କାର ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ତୀର୍ଥ ସାରି ଏକ କାରରେ ଖୋର୍ଦ୍ଧା ବାଣପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ କଉଡି ଖଣି ଛକରେ ହମ୍ପସରେ ପିଟି ହୋଇଯାଇଥିଲା । କାରର ସମ୍ମୁଖ ଭାଗ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । କାରରେ ଥିବା ଯାତ୍ରୀ ସବୁ ଗୁରୁତର ହୋଇଛନ୍ତି । ନାଚୁଣୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଗୁରୁତର ମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ୧୧ ଜଣ ଆହତ ହୋଇଥିବା ବେଳ୍ ୬ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
Views: 48