The Ultimate Managed Hosting Platform
ADVERTISEMENT

ହକିର ହବ୍‌ରେ ପ୍ରମେୟ ସହ ନ୍ୟୁଜ୍7 ପାଳିଲା ପଞ୍ଚମ ସଂକଳ୍ପ କାର୍ଯ୍ୟକ୍ରମ, 

Facebook
Twitter
LinkedIn

ହକିର ଏନ୍ତୁଡି ଶାଳ ଜିଲ୍ଲା ସୁନ୍ଦରଗଡ଼ । ଆଉ ହକିର ହବ୍ ଇସ୍ପାତ ସହର ରାଉରକେଲା ।  ହକିର ହବରେ ପ୍ରମେୟ ସହ ନ୍ୟୁଜ୍ ସେଭେନ ପାଳନ କରିଛି ପଞ୍ଚମ ତମ ଆମ ସଂକଳ୍ପ କାର୍ଯ୍ୟକ୍ରମ। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ମମ୍ମାନିତ କରାଯାଇଛି। 

ଦାୟିତ୍ଵ ବୋଧତାକୁ ନିଜର ପ୍ରେରଣାର ଉତ୍ସ କରି ପ୍ରମେୟ ସହ ନ୍ୟୁଜ୍ ସେଭେନ  ହକିର ହବ ଇସ୍ପାତ ସହର ରାଉରକେଲାରେ ପ୍ରତ୍ୟେକ ବର୍ଷ ପାଳନ କରିଆସୁଛି ଆମ ସଂକଳ୍ପ କାର୍ଯ୍ୟକ୍ରମ । ୨୦୧୮ମସିହାରୁ ଆରମ୍ଭ ହୋଇଥିବା ଆମ ସଂକଳ୍ପ କାର୍ଯ୍ୟକ୍ରମ ସମାଜ ପାଇଁ ଉତ୍ସଗୀକୃତ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ବ୍ୟକ୍ତି ମାନଙ୍କୁ କରିଆସୁଛି ସମ୍ମାନିତ । ରାଉରକେଲା ସେକ୍ଟର-୮ ପଡ଼ିଆରେ ଗତ କାଲି ସଂଧ୍ୟାରେ ଏକ ଭବ୍ୟ ପରିବେଷରେ ଅନୁଷ୍ଠିତ ହୋଇଯାଇଛି ଆମ ସଂକଳ୍ପ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରାଉରକେଲା ଷ୍ଟିଲ୍ ପ୍ଳାଂଟର ନିର୍ଦ୍ଦେଶକ ଅତୁନ ଭୁମିକ୍ ଯୋଗ ଦେଇ ପ୍ରମେୟ ସହ ନ୍ୟୁଜ୍ ସେଭେନର ପ୍ରୟାସ ସମାଜ ପାଇଁ ଅତୂଳନୀୟ ଅବଦାନ ବୋଲି କହିଛି। ସେପଟେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷମାନେ ପ୍ରମେୟ ସହ ନ୍ୟୁଜ୍ ସେଭେନର ଆମ ସଂକଳ୍ପ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ଦର୍ପଣ ବୋଲି ମତବ୍ୟକ୍ତ କରିଛି ।

ଆମ ସଂକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଇସ୍ପାତ ସହରକୁ ପ୍ଳାଷ୍ଟିକ ସହ ପ୍ରଦୂଷଣ ମୁକ୍ତ ସବୁଜ ବନାନୀରେ ଗଢ଼ି ତୋଳିବା ଆଉ ସେହି ପ୍ରୟାସକୁ ବାସ୍ତବିକ ରୂପପରେ ପରିଣତ କରିବା ହିଁ ପ୍ରମେୟ ସହ ନ୍ୟୁଜ୍ ସଭେନ ପ୍ରତିଶୃତି ବଦ୍ଧ । ଶୀତୁଆ ସଂଧ୍ୟାକୁ ମତୁଆଲା କରିବା ପାଇଁ ମଂଚରେ ପରିବେଷଣ ହୋଇଥିଲା ମ୍ୟୁଜିକାଲ୍ ନାଇଟ । ଓଡ଼ିଆ ଚଳଚିତ୍ରର ସୁନାମ ଧନ୍ୟ କଣ୍ଠ ଶିଲ୍ଲୀ ବିଷ୍ଣୁ ମୋହନ କବି, ଗାୟିକା ପ୍ରଜ୍ଞା ହୋତାଙ୍କ ସହ କମେଡ଼ିଆନ ମିଷ୍ଟର ମଣି ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲେ।  ମିଷ୍ଟର ମଣିଙ୍କ କମେଡ଼ି ଏବଂ ଗାୟକଙ୍କ ସୁମଧୁର ଗୀତର ମୁର୍ଚ୍ଛନାରେ ଦର୍ଶକ ନାଚି ଉଠିଥିଲେ। କେବଳ ଗଣମାଧ୍ୟମ ଜଗତରେ ନିଜର କର୍ତ୍ତବ୍ୟ  ସାବ୍ୟସ୍ତ କରିନାହିଁ ପ୍ରମେୟ ସହ ନ୍ୟୁଜ୍ ସେଭେନ। ସମାଜ ପାଇଁ ଅନେକ ଲକ୍ଷ୍ୟ ନେଇ କରିଆସୁଛି ଆମ ସଂକଳ୍ପ କାର୍ଯ୍ୟକ୍ରମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login