The Ultimate Managed Hosting Platform
ADVERTISEMENT

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Facebook
Twitter
LinkedIn

ବଡବିଲ : ବର୍ତ୍ତମାନ ରାଜ୍ୟର ସମସ୍ତ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ଏଣୁ ଏହି ଘଡ଼ିସନ୍ଧି ସମୟରେ ବଡ଼ବିଲ ପୋୖରାଧକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ନେତୃତରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ବଡ଼ବିଲ ଟାଉନ ହୋଲ ଠାରେ ଅନୁଷ୍ଠିତ ହୋଇଛି । ଏହି ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ବିଜୁଜନତା ଦଳର ସମ୍ପାଦକ ଲୋଚମନ ମହାନ୍ତ, ଭଦ୍ରାସାହି ଗ୍ରାମ ପଂଚାୟତର ସରପଞ୍ଚ ପ୍ରମିଳା ନାଏକ, ଯୋଡ଼ା ବ୍ଲକ ୨୬ନମ୍ବର ଜୋନର ଜିଲ୍ଲା ପରିଷଦ ଶଶିକାନ୍ତ ଖିଲାର ଓ ବଡ଼ବିଲ ପୌରପାଳିକାର ସମସ୍ତ କାଉନସିଲର । ପ୍ରାୟ ୧୦୪ ୟୁନିଟ ରକ୍ତ ସଂଗ୍ରହ କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି ଓ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଡ଼ବିଲ ପୋୖରାଧକ୍ଷ ଲକ୍ଷ୍ମଣ ମହାନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login