ବ୍ୟୁରୋ : ମୌସୁମୀର ଝିପିଝିପି ବର୍ଷା, ମାଟିର ସୁସ୍ୱାଦୁ ବାସ୍ନାକୁ ଗରମ ଚା’ର କପ୍ ଏହି ତିନୋଟି ଏକାଠି ହେଲେ ପାଗ ଆହୁରି ସୁନ୍ଦର ହୋଇଯାଏ । କିନ୍ତୁ ଯଦି ଏହି ଚା’ରେ ପୁଦିନା ପତ୍ର ମିଶାଉଛନ୍ତି । ତେବେ ଏହା କେବଳ ସ୍ୱାଦକୁ ବଢ଼ାଇ ନଥାଏ ବରଂ ଏହା ଅନେକ ସ୍ୱାସ୍ଥ୍ୟଗତ ଲାଭ ପ୍ରଦାନ କରିଥାଏ ।ପୋଦିନା ଚା ପିଇବା ଦ୍ୱାରା ଆମେ ଅନେକ ଋତୁକାଳୀନ ରୋଗରୁ ରକ୍ଷା ପାଇପାରିବେ । ତେବେ ଏହା ଅନ୍ୟ କେଉଁ କେଉଁ ସବୁ ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ ଆସନ୍ତୁ ପ୍ରଥମେ ଏହାର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ।ଓ୍ୟୖଷଧିୟ ଗୁଣରେ ପରିପୂର୍ଣ୍ଣ ପୋଦିନାକୁ ସେବନ କରି ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ । ଏମିତିରେ ତ’ ଆମେ ପୋଦିନାକୁ ଚଟଣି ଆକାରରେ ବ୍ୟବହାର କରିଥାଉ । ପୋଦିନା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ଏଥିରେ ମୁଖ୍ୟତଃ ୨ଟି ଭିଟାମିନ୍ ଥାଏ । ଗୋଟିଏ ହେଉଛି ଭିଟାମିନ୍ C ଏବଂ ଦ୍ୱିତୀୟଟି ହେଉଛି ଭିଟାମିନ୍ A । ଏହି ଦୁଇଟି ଭିଟାମିନ୍ ବ୍ୟତୀତ ପୋଦିନା ପତ୍ରରେ ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ମାଇକ୍ରୋବାୟଲ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଥିଏମାଇନ୍ ଭଳି ଉପାଦାନ ଭରପୁର ମାତ୍ରାରେ ରହିଛି । ସେଥିପାଇଁ ଆପଣ ଯେକୌଣସି ପ୍ରକାରର ସମସ୍ୟା ଥିଲେ ମଧ୍ୟ ପୋଦିନା ପତ୍ର ଖାଇପାରିବେ ।ଏହା ବ୍ୟତୀତ ପେଟ ଜନିତ ସମସ୍ୟା ପାଇଁ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ । ପୋଦିନାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଥଣ୍ଡା ଏବଂ ଜ୍ବର ପାଇଁ ପୋଦିନା ପତ୍ର ଚା’ ବେଷ୍ଟ ହୋଇଥାଏ ।
ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ପୋଦିନା ଚା
Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆବର୍ଷରେ ବୋର୍ଡ ନିଗମ ନିଯୁକ୍ତି !
ଭୁବନେଶ୍ୱର : ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯ୍ଧବ ଘୋଷଣା ହେବ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।...
ଆଜିର ANM ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର : ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା । ପଞ୍ଚମ ପେପର –ମିଡ ବ୍ୱାଇଫେରୀ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ...
ଖାଇକୁ ଖସିଲା କାର , ୫ ଜଣଙ୍କ ଚାଲିଗଲା ଜୀବନ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମ୍ପୱାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟ ନିକଟରେ ବାଗଧାରା ଏକ ବରଯାତ୍ରୀ ଗାଡ଼ି ବିବାହ ଅତିଥିମାନଙ୍କୁ ନେଇ ଯାଉଥିବା ଏକ କାର...
ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ
ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ...











