The Ultimate Managed Hosting Platform
ADVERTISEMENT

ସ୍ୱାମୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଅତି ନିଷ୍ଠୁର ଭାବରେ ଜୀବନ ନେଇଗଲେ ପୂର୍ବତନ ଡିଜିପିଙ୍କ ସ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ତଥା ଇନ୍ସପେକ୍ଟର ଜେନେରାଲ ପୋଲିସ୍ ଶ୍ରୀଯୁକ୍ତ ଓମ୍ ପ୍ରକାଶଙ୍କୁ ହତ୍ୟା । କର୍ଣ୍ଣାଟକ ପୂର୍ବତନ ଡିଜିପି ଓମପ୍ରକାଶ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । ଆଖିରେ ଲଙ୍କା ପାଉଡର ପକାଇ ଡିଜିପି ସ୍ବାମୀଙ୍କୁ ନିର୍ମମ ହତ୍ୟା କରିଥିଲେ ପତ୍ନୀ । ସଂପତ୍ତିକୁ ନେଇ ହତ୍ୟା ଅଭିଯୋଗରେ ସ୍ତ୍ରୀ ଓ ଝିଅ ଅଟକ ରଖିଛି ପୋଲିସ । ଓମପ୍ରକାଶଙ୍କ ଛାତି ଓ ପେଟରେ ଏକାଧିକ କ୍ଷତ ରହିଛି । ବରିଷ୍ଠ ପୋଲିସ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ଅଭିଯୁକ୍ତ ପହ୍ଲବୀ ମାନସିକ ରୋଗ ସିଜୋଫେର୍ଣ୍ଣିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଓମପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସଂପତ୍ତିକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନେକ ବିବାଦ ଲାଗିରହିଥିଲା । ଓମ ପ୍ରକାଶ ଚାହୁଁଥିଲେ, ସମସ୍ତ ସମ୍ପତ୍ତି ତାଙ୍କ ପୁଅକୁ ଦିଆଯାଉ କିନ୍ତୁ ପତ୍ନୀ ପଲ୍ଲବୀ ଚାହୁଁଥିଲେ ଭାଗ । ପୂର୍ବରୁ ପତ୍ନୀ ପଲ୍ଲବୀ ଓମ ପ୍ରକାଶ ଏବଂ ତାଙ୍କ ପୁଅକୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ । କର୍ଣ୍ଣାଟକ କ୍ୟାଡରର ୧୯୮୧ ବ୍ୟାଚ ଭାରତୀୟ ପୋଲିସ ସେବା ଅଧିକାରୀ ଓମ୍ ପ୍ରକାଶ (୬୮)ଙ୍କ ର ହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login