The Ultimate Managed Hosting Platform
ADVERTISEMENT

ସ୍ବରାଜ ଲୁବ୍ରିକାଣ୍ଟରୁ ନିର୍ଗତ ବିଷାକ୍ତ ଗ୍ୟାସରେ ଲୋକେ ଅତିଷ୍ଠ

Facebook
Twitter
LinkedIn

ବାଲେଶ୍ଵର : ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛି ସ୍ବରାଜ ଲୁବ୍ରିକାଣ୍ଟ । କାରଖାନାରୁ ନିର୍ଗତ ହେଉଛି ବିଷାକ୍ତ ଦୁର୍ଗନ୍ଧ ଯୁକ୍ତ ଗ୍ୟାସ । ଯାହାପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଅଞ୍ଚଳବାସୀ ଅତିଷ୍ଠ । ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ହଳଦୀପଦା ଗୋବିନ୍ଦା ନିକଟରେ ରହିଛି ଏହି ଲୁବ୍ରିକାଣ୍ଟ ଫ୍ୟାକ୍ଟ୍ରି । ଯେଉଁଠି କି ଦୈନିକ ହଜାର ହଜାର ଲିଟର ମୋବେଲ୍, ଇଞ୍ଜିନଓଏଲ, ଗ୍ରୀସ ପ୍ରସ୍ତୁତ ହେଉଛି। ତେବେ ଏଥିରେ ବ୍ୟବହୃତ ହେଉଥିବା ବିଷାକ୍ତ କେମିକାଲ ରୁ ନିର୍ଗତ ବିଷାକ୍ତ ଧୁଆଁ ଓ ଦୁର୍ଗନ୍ଧ ରେ ଲୋକେ ଅଣ ନିଶ୍ୱାସି ହେଉଛନ୍ତି। ରାତ୍ରି ହେଲେ ଏହାର ମାତ୍ରା ଅଧିକ ବଢ଼ୁ ଆଖି ନାକ ଜଳା ପୋଡା ହୋଇ ଆଖି ରୁ ପାଣି ବାହାରିବା ସହିତ, ବାନ୍ତି ହେଉଛି। ତେବେ ସାମାନ୍ୟ ବର୍ଷା ,ପବନ ହେଲେ ଅସହ୍ୟ ଦୁର୍ଗନ୍ଧ ରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା ଙ୍କ ସହିତ ଜାତୀୟ ରାଜପଥ ବାଟୋଇ। ତିନି ଚାରି କିମି ପର୍ୟ୍ୟନ୍ତ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି ।

ସ୍ଥାନୀୟ ଲୋକେ ଝରକା କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତେବେ ୬୦ ନମ୍ବର ଜାତୀୟ ରାଜପଥ ଦେଇ ବାଲେଶ୍ଵର ଜିଲ୍ଲାପାଳ, ବାଲେଶ୍ଵର ଏସ୍ପୀ ସମେତ, ତହସିଲ ଦାର,ବିଡ଼ିଓ, ପ୍ରଦୂଷଣ ବିଭାଗ ଅଧିକାରୀ, ସ୍ଥାନୀୟ ନେତା ମନ୍ତ୍ରୀ ଯାଆ ଆସ କରୁଥିଲେ ବି ସେମାନଙ୍କ ଦୃଷ୍ଟି ଗୋଚର ହେଉନାହିଁ , ନା ସବୁ ଜାଣି ଶୁଣି ଚୁପ ରହୁଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ।

ତେବେ ଏନେଇ ସ୍ଥାନୀୟ ଅଞ୍ଚଳର ଜଣେ ସଚେତନ ଯୁବକ ବାଲେଶ୍ଵର ଜିଲ୍ଲାପାଳ, ପ୍ରଦୂଷଣ ବିଭାଗ, ମୋ ସରକାର, ଫାଇଭ୍ -ଟି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ ଯୋଗେ ଅଭିଯୋଗ କରିଛନ୍ତି। ଏ ନେଇ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହିତ ଯୋଗାଯୋଗ କରିଥିଲେ ବି, ବିଭିନ୍ନ ଆଳ ଦେଖାଇ ଖସି ଯାଇଥିଲେ ,କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ତେବେ ସରକାର ଜିଲ୍ଲା ପ୍ରଶାସନ ଲୋକଙ୍କ ସ୍ବାର୍ଥ ପାଇଁ କେବେ କି ପ୍ରକାର କାର୍ୟ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login