The Ultimate Managed Hosting Platform
ADVERTISEMENT

ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ସ୍ୱାମୀ !

Facebook
Twitter
LinkedIn

ବୌଦ୍ଧ: ଘର ଭିତରେ ସ୍ତ୍ରୀର ମୃତଦେହ, ସ୍ୱାମୀ ଫେରାର। ୬ ମାସର ଛୁଆକୁ ଛାଡ଼ି ଫେରାର ହୋଇଯାଇଛି ସ୍ୱାମୀ । ବୌଦ୍ଧର ପଣୁଆ ସାହିରେ ଏହି ଘଟଣା ଘଟିଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ରାଜସ୍ଥାନରୁ ଆସି ବୌଦ୍ଧ ସହରର ୧ ନମ୍ବର ୱାର୍ଡରେ ରହୁଥିଲେ। ସ୍ୱାମୀ ଫେରିବାଲା କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ପରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଛି। ୬ମାସର ଶିଶୁ କନ୍ୟା ଘର ଭିତରେ ରହିଛି। ଘର ମାଲିକ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login