ନବରଙ୍ଗପୁର : ସ୍କୁଲ ପରିସରରେ ବୁଲୁଛନ୍ତି ଭାଲୁ । ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ୪ଟି ଭାଲୁ ବୁଲୁଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଦୁଇ ବଡ଼ ଓ ଦୁଇଟି ଛୁଆ ଭାଲୁ । ସ୍କୁଲ ପରିସରରେ ଥିବା ଦୁଇ ପାଇଖାନା ମଝିରେ ସେମାନେ ରହିଛନ୍ତି । ଏହି ଘଟଣା ପରେ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି । ସ୍କୁଲରେ ପହଞ୍ଚିଛନ୍ତି ବନ ବିଭାଗ ଟିମ୍ । ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।
Views: 89