ସୁନ୍ଦରଗଡ଼: ସ୍କୁଟିକୁ ଧକ୍କା ଦେଲା ଟ୍ରକ । ୬ ମାସର ଶିଶୁ କନ୍ୟାର ଚାଲିଗଲା ଜୀବନ । ରାଉରକେଲା- ସମ୍ବଲପୁର ଏକ୍ସପ୍ରେସ ୱେ କରମଡିହିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୬ ମାସ ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ଆହତ ହୋଇଛି। ଦ୍ରୁତ ଗତିରେ ଏକ ଟ୍ରକ ମାଡ଼ି ଆସି ରାସ୍ତାରେ ଯାଉଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ମାଆ କୋଳରେ ବସିଥିବା ୬ ମାସର ଶିଶୁକନ୍ୟାଟିର ଶୋଚନୀୟ ମୃତ୍ୟୁ ଘଟିଛି। ମୃତା ଶିଶୁ ହେଲେ ବଡ଼ଗାଁ ଇତମା ରଶ୍ରେୟାଂଶି। ମାଆ ମୁନି ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।
Views: 59