ଖଲ୍ଲିକୋଟ: ସ୍କୁଟି ଓ ବାଇକ ଉପରେ ମାଡିଗଲା ବୋଲେରୋ । ଖଲ୍ଲିକୋଟ ରାଜ୍ୟ ରାଜପଥ ମଥୁରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଉପରେ ମାଡ଼ିଯାଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଚାଳକ ଓ ତାଙ୍କ ପତ୍ନୀଙ୍କ ସହ ଗାଡ଼ିରେ ଥିବା ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତକ କୋଦଳା ବେଲପଡ଼ା ଗାଁର ଆଲୋକ ମଲ୍ଲିକ ବୋଲି ଜଣାପଡ଼ିଛି।
Views: 52