ଭୁବନେଶ୍ୱର : ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ଅଭିଯୋଗ ଘଟଣା । ସ୍ୱାମୀଙ୍କ ଅଭିଯୋଗ ଉପରେ ସୋନାଲି ପଣ୍ଡାଙ୍କ ସାଂଘାତିକ ଅଭିଯୋଗ । ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାରଙ୍କୁ ଜାଣି ନ ଥିବା କହିଲେ । ୧୨ ବର୍ଷ ହେବ କେଉଁଠାରେ ଥିଲେ , ଏବେ ତାଙ୍କ ସହ କିଛି ସମ୍ପର୍କ ନାହିଁ । କେହି ମତେ ଅଟକ ରଖି ନାହାନ୍ତି, ଭଲରେ ଅଛି । କଳାକାର ହିସାବରେ କାମ କରୁଛି , ଦରମା ପାଉଛି । ସେ ମୋତେ ଛାଡିକି ପଳାଇଥିଲେ , ମୁଁ କାହାକୁ ଛାଡିନି । ୨୦୧୩ରେ ପ୍ରେମ ବିବାହ କରିଥିଲୁ , ସେ ମୋତେ ଯାତ୍ରାକୁ ଆଣିଥିଲେ । ବିବାହ ପରେ ବି ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିଲେ । ବିରୋଧ କରିବାରୁ ମାଡ ମାରନ୍ତି , ବହୁବାର ନିର୍ଯ୍ୟାତନା ଦେଇଛନ୍ତି । ଜାଣିଶୁଣି ମୋତେ ବଦନାମ କରିବାକୁ ଚାହୁଁଛନ୍ତି ବୋଲି ସୋନାଲି କହିଛନ୍ତି ।
ଅନ୍ୟପଟେ ସୋନାଲିଙ୍କୁ ଜୋର୍ ଜବରଦସ୍ତ ରଖା ଯାଇଥିବା ସେ ଅଭିଯୋଗ କରିଥିଲେ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର। ତାଙ୍କ ସ୍ତ୍ରୀ ଆଉ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ତୁଳସୀ ମାଲିକ ବୋଲି କହିଛନ୍ତି ଶ୍ରୀକ୍ଷେତ୍ର।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୋନାଲିଙ୍କ ପ୍ରକୃତ ନାଁ କାଗଜି। କେବଳ ମୋ ସ୍ତ୍ରୀ ନୁହେଁ ଅନେକ କଳାକାରଙ୍କୁ ବ୍ଲାକମେଲ କରୁଛନ୍ତି। ମୁଁ ତୁଳସୀରେ ମ୍ୟାନେଜର ଥିବା ବେଳେ ପତ୍ନୀ ତୁଳସୀରେ ଏଣ୍ଟ୍ରି କରିଥିଲା। କିଛି ବର୍ଷ ପରେ ପତ୍ନୀଙ୍କୁ ଲୋଭ ଦେଖାଇ ଯାତ୍ରା ମାଲିକ ନାଣ୍ଡୁ ବାବୁ ମୋଠାରୁ ତାକୁ ଛଡେଇ ନେଲେ। ଏପରିକି ଜୀବନରେ ମାରି ଦେବାକୁ ଧମକ ଦେଲେ। ଜୀବନ ଭୟରେ ରାତାରାତି ଲୁଚିକି ପଳେଇ ଆସିଲି। ଗୋଟେ ପୁଅ ଠାରୁ ଗୋଟେ ମାଆକୁ ଛଡେଇ ନେଇଛନ୍ତି ମାଲିକ। ପୁଅ, ସ୍ୱାମୀ ଓ ପରିବାର ସୁରକ୍ଷା କାରଣରୁ ସୋନାଲି ମୁହଁ ଖୋଲୁନାହାନ୍ତି। ସୋନାଲିଙ୍କୁ ନେଇ ନାଣ୍ଡୁ ବାବୁଙ୍କ ଘରେ ବିବାଦ ସୃଷ୍ଟି ହୋଇଛି। ୧୦ ବର୍ଷ ହେଲା ଭୟରେ ଥିଲି। ଏଥର ଆଇନର ଆଶ୍ରୟ ନେବି। ଏବେ ବି ମୋ ସ୍ତ୍ରୀକୁ ମୁଁ ଆପଣେଇ ନେବି। ମୋ ପୁଅ ମୁହଁକୁ ଚାହିଁ ସବୁ କିଛି ଭୁଲିଯିବି ବୋଲି ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ଫୋନରେ କହିଛନ୍ତି ।
ସୋନାଲିଙ୍କ ସାଂଘାତିକ ଅଭିଯୋଗ, ସ୍ୱାମୀ ନିର୍ଯାତନା ଦିଅନ୍ତି ଓ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖନ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











