ବ୍ୟୁରୋ : ବଲିଉଡ୍ରେ ଅନେକ କ୍ରୀଡ଼ାବିତଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଇଛି। ଏବେ’ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ତିଆରି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ସୌରଭଙ୍କ ଭୂମିକାରେ ରଣବୀର କପୁର ନଜର ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜକୁମାର ରାଓଙ୍କୁ ଫାଇନାଲ କରାଯାଇଥିବା ଜଣାପଡ଼ିଛି। ନିଜେ ସୌରଭ ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି। ଏହି ଫିଲ୍ମଟିକୁ ପରଦା ଉପରକୁ ଆସିବାକୁ ବର୍ଷେରୁ ଆହୁରି ଅଧିକ ସମୟ ଲାଗିଯିବ ବୋଲି ସେ କହିଛନ୍ତି। ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ଏହି ଫିଲ୍ମଟିର ନିର୍ମାଣ କରୁଛନ୍ତି। ବିକ୍ରମାଦିତ୍ୟ ମୋଟୱାନେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ।
Views: 26