ଭୁବନେଶ୍ୱର :ସୈାମ୍ୟ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଯୁକ୍ତି ଯୁକ୍ତ କହିଲେ ଜୟନାରାୟଣ । ଘଟଣା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ଚନ୍ଦ୍ରୟାନ ଠାରୁ ପାଣ୍ଡିଆନଙ୍କ ଗସ୍ତରେ ଅଧିକ ଖର୍ଚ୍ଚ କହିଥିଲେ ସୈାମ୍ୟ । ସରକାରଙ୍କ ଯଦି ସତସାହସ ଅଛି , ଏ ନେଇ ଅନୁସନ୍ଧାନ କରାଯାଉ । ସୈାମ୍ୟ ବାବୁ ପଚାରିଥିବା ପ୍ରଶ୍ନର ଉତ୍ତର କାହିଁକି ଦେଉନି ବିଜେଡି । ପାଣ୍ଡିଆନ ନିଜକୁ ସୁପର ସିଏମ ଦର୍ଶାଉଛନ୍ତି , ବିଜେଡି କାହିଁକି ଚୁପ ଅଛି । ଯେଉଁ କଥା ଇତିହାସରେ ଦେଖାଯାଇନି , ତାହା ଏବେ ଦେଖାଯାଉଛି । ବିଜେଡି ବିଧାୟକ ମାନଙ୍କୁ ମଧ୍ୟ କଡା ସମାଲୋଚନା କଲେ ଜୟନାରାୟଣ ।
Views: 105











