ବ୍ୟୁରେ୍ା : ଗୋଲମରିଚ କେବଳ ମସଲା ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଯାହା ଆମ ଶରୀର ପାଇଁ ଅନେକ ହିତକର ହୋଇଥାଏ । ଏଥିରେ ଥିବା ପିପରିନ୍ ନାମକ ତତ୍ବ ଏହାର ସ୍ବାଦ ବଢାଇଥାଏ । ଗୋଲମରିଚରେ ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ, ମାଙ୍ଗାନିଜ୍, ଜିଂକ୍, କ୍ରୋମିୟମ୍, ଭିଟାମିନ୍ ଏ ଓ ସି ଭଳି ପୋଷକ ତତ୍ବ ରହିଛି । କ’ଣ ଆପଣଙ୍କୁ ଜଣା ଅଛି କି ଗୋଲମରିଚ ବ୍ୟବହାର ଖାଲି ଖାଇବା ନୁହେଁ ସ୍ବସ୍ଥ୍ୟ ଓ ସୌନ୍ଦର୍ୟ୍ୟ ପାଇଁ ମଧ୍ୟ ଦରକାର ହୋଇଥାଏ । ଗୋଲମରିଚ ପାଉଡର ସହ ଅଳ୍ପ କିଛି ଦହି ମିଶାଇ ଫେସପ୍ୟାକ୍ ତିଆରି କରନ୍ତୁ ଏବଂ ହାଲକା ଭାବେ ହାତରେ ନେଇ ୨ରୁ୩ ମିନିଟ୍ ମୁହଁରେ ଧିରେ ଧିରେ ମସାଜ୍ କରନ୍ତୁ । ଏହାପରେ ୧୦ ମିନିଟ୍ ପର୍ୟ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଶୁଖି ଯିବା ପରେ ଉଷୁମ ପାଣିରେ ମୁହଁ ଧୋଇନିଅନ୍ତୁ । ଏହା କରିବା ଦ୍ବାରା ମୃତ କୋଷ ସଫା ହେବା ସହ ତ୍ବଚା ନରମ୍ ହୋଇଥାଏ । ଅଧା ଚାମଚ୍ ମହୁ ସହ ଗୋଲମରିଚ ପାଉଡରକୁ ଏକାଠି ମିଶାନ୍ତୁ ଏହାପରେ ମୁହଁରେ ହାଲୁକା ଭାବେ ଲଗାନ୍ତୁ । ଅଧ ଘଣ୍ଟା ପରେ ଉଷୁମ୍ ପାଣିରେ ପରିଷ୍କାର କରି ମୁହଁକୁ ଧୋଇ ନିଅନ୍ତୁ ଏହା କରିବା ଦ୍ବାରା ତ୍ବଚାରେ ସଙ୍ଗେ ସଙ୍ଗେ ଚମକ ଆସିଥାଏ । ତ୍ବଚାର କ୍ଲିଜିଙ୍ଗ ପାଇଁ କ୍ଷୀର ଓ ଗୋଲମରିଚ ଅନେକ ଲାଭଦାୟକ ଅଟେ । ଏହା ଦ୍ବାରା ତ୍ବଚା ରୁଖ୍ୟବି ହୋଇ ନଥାଏ । ଅଳ୍ପ କ୍ଷୀରରେ ଗୋଲମରିଚ ପାଉଡର ମିଶାଇ ମୁହଁରେ କିଛି ସମୟ ଘସନ୍ତୁ ଏବଂ ୧୦ ମିନିଟ୍ ପରେ ହାଲକା ଉଷୁମ୍ ପାଣିରେ ଧୋଇନିଅନ୍ତୁ । ତ୍ବଚାକୁ ଅଧିକ ମାତ୍ରାରେ ସୁନ୍ଦର କରିବା ପାଇଁ ୧ ଚାମଚ୍ ଆଲୋବେରା ଜେଲ୍ ସହ ଚିମୁଟାଏ ଗୋଲମରିଚ ପାଉଡର୍ ପେଷ୍ଟ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇ ନିଅନ୍ତୁ । ଏହାପରେ ଦେଖିବେ ଆପଣଙ୍କ ତ୍ବଚା ଦିନକୁ ଦିନ ଗ୍ଲୋ କରିବାକୁ ଲାଗିବ ।
ସୈାନ୍ଦର୍ଯ୍ୟ ବଢାଇବ ଗୋଲମରିଚ……
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











