The Ultimate Managed Hosting Platform
ADVERTISEMENT

ସୈାନ୍ଦର୍ଯ୍ୟ ବଢାଇବ ଗୋଲମରିଚ……

Facebook
Twitter
LinkedIn

ବ୍ୟୁରେ୍ା : ଗୋଲମରିଚ କେବଳ ମସଲା ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଯାହା ଆମ ଶରୀର ପାଇଁ ଅନେକ ହିତକର ହୋଇଥାଏ । ଏଥିରେ ଥିବା ପିପରିନ୍ ନାମକ ତତ୍ବ ଏହାର ସ୍ବାଦ ବଢାଇଥାଏ । ଗୋଲମରିଚରେ ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ, ମାଙ୍ଗାନିଜ୍, ଜିଂକ୍, କ୍ରୋମିୟମ୍, ଭିଟାମିନ୍ ଏ ଓ ସି ଭଳି ପୋଷକ ତତ୍ବ ରହିଛି । କ’ଣ ଆପଣଙ୍କୁ ଜଣା ଅଛି କି ଗୋଲମରିଚ ବ୍ୟବହାର ଖାଲି ଖାଇବା ନୁହେଁ ସ୍ବସ୍ଥ୍ୟ ଓ ସୌନ୍ଦର୍ୟ୍ୟ ପାଇଁ ମଧ୍ୟ ଦରକାର ହୋଇଥାଏ । ଗୋଲମରିଚ ପାଉଡର ସହ ଅଳ୍ପ କିଛି ଦହି ମିଶାଇ ଫେସପ୍ୟାକ୍ ତିଆରି କରନ୍ତୁ ଏବଂ ହାଲକା ଭାବେ ହାତରେ ନେଇ ୨ରୁ୩ ମିନିଟ୍ ମୁହଁରେ ଧିରେ ଧିରେ ମସାଜ୍ କରନ୍ତୁ । ଏହାପରେ ୧୦ ମିନିଟ୍ ପର୍ୟ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଶୁଖି ଯିବା ପରେ ଉଷୁମ ପାଣିରେ ମୁହଁ ଧୋଇନିଅନ୍ତୁ । ଏହା କରିବା ଦ୍ବାରା ମୃତ କୋଷ ସଫା ହେବା ସହ ତ୍ବଚା ନରମ୍ ହୋଇଥାଏ । ଅଧା ଚାମଚ୍ ମହୁ ସହ ଗୋଲମରିଚ ପାଉଡରକୁ ଏକାଠି ମିଶାନ୍ତୁ ଏହାପରେ ମୁହଁରେ ହାଲୁକା ଭାବେ ଲଗାନ୍ତୁ । ଅଧ ଘଣ୍ଟା ପରେ ଉଷୁମ୍ ପାଣିରେ ପରିଷ୍କାର କରି ମୁହଁକୁ ଧୋଇ ନିଅନ୍ତୁ ଏହା କରିବା ଦ୍ବାରା ତ୍ବଚାରେ ସଙ୍ଗେ ସଙ୍ଗେ ଚମକ ଆସିଥାଏ । ତ୍ବଚାର କ୍ଲିଜିଙ୍ଗ ପାଇଁ କ୍ଷୀର ଓ ଗୋଲମରିଚ ଅନେକ ଲାଭଦାୟକ ଅଟେ । ଏହା ଦ୍ବାରା ତ୍ବଚା ରୁଖ୍ୟବି ହୋଇ ନଥାଏ । ଅଳ୍ପ କ୍ଷୀରରେ ଗୋଲମରିଚ ପାଉଡର ମିଶାଇ ମୁହଁରେ କିଛି ସମୟ ଘସନ୍ତୁ ଏବଂ ୧୦ ମିନିଟ୍ ପରେ ହାଲକା ଉଷୁମ୍ ପାଣିରେ ଧୋଇନିଅନ୍ତୁ । ତ୍ବଚାକୁ ଅଧିକ ମାତ୍ରାରେ ସୁନ୍ଦର କରିବା ପାଇଁ ୧ ଚାମଚ୍ ଆଲୋବେରା ଜେଲ୍ ସହ ଚିମୁଟାଏ ଗୋଲମରିଚ ପାଉଡର୍ ପେଷ୍ଟ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇ ନିଅନ୍ତୁ । ଏହାପରେ ଦେଖିବେ ଆପଣଙ୍କ ତ୍ବଚା ଦିନକୁ ଦିନ ଗ୍ଲୋ କରିବାକୁ ଲାଗିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

ADVERTISEMENT
ଶ୍ରୀମନ୍ଦିର ଭିତରେ ବିଦେଶିନୀ

ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର : ପୁଣି ଧରାହେଲା ହିଡେନ କ୍ୟାମେରା

ପୁରୀ : ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଲା ହିଡେନ କ୍ୟାମେରା...

Login