ନୂଆଦିଲ୍ଲୀ : ବିଶ୍ୱ ବଜାର ପରେ ଭାରତୀୟ ସେୟାର ବଜାରରେ ସୁନାମୀ । ଆମେରିକାରେ ଟାରିଫ ବୃଦ୍ଧିକୁ ନେଇ ସେୟାର ବଜାରରେ ନିଆଁ । ହଂକଂ, ସିଙ୍ଗାପୁର, ଚୀନ, ଜାପାନ ସେୟାର ବଜାରରେ ମଧ୍ୟ ପ୍ରଭାବ । ୩୨ ଶହରୁ ଅଧିକ ଖସିଲା ସେନସେକ୍ସ । ଆଜିର ଷ୍ଟକ୍ ମାର୍କେଟ୍ କ୍ରାସ୍ ସହିତ ସେନ୍ସେକ୍ସ ଏବଂ ନିଫ୍ଟି ପ୍ରାୟ ୧୦ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ଏବଂ ବିଶ୍ବ ବଜାରରେ ବ୍ୟାପକ ଅସ୍ଥିରତା ହେତୁ ଏହା ଆହୁରି ହ୍ରାସ ପାଇପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।ଆଜିର ବଜାର ତଳକୁ ଖସିବା ଏତେ ଭୟଙ୍କର ଥିଲା ଯେ ବିଏସ୍ଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ବଜାରରୁ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।ସେନ୍ସେକ୍ସେରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ସବୁଠୁ ଅଧିକ ଅସ୍ଥିର ହୋଇଛି ଆମେରିକାର ଷ୍ଟକ୍ ବଜାର।ଆମେରିକା ଉପରେ ଚୀନ୍ ପାଲଟା ଟିକସ ଲଗାଇବା ପରେ ଆଗକୁ ବାଣିଜ୍ୟ ଲଢ଼େଇ ତୀବ୍ର ହେବ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି। ଯାହର ପ୍ରଭାବ ଭାରତ ଉପରେ ପଡୁଥିବାର ବି ଦେଖିବାକୁ ମିଳୁଛି।
ସେୟାର ବଜାରରେ ସୁନାମୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











