ବାଙ୍କୀ : ସେନା ଅଧିକାରୀଙ୍କ ଘରେ ଲୁଟି ନେଲେ ଦୁର୍ବତ୍ତ । ଗୋଟିଏ ରାତିରେ ପଶିଲେ ଦୁଇ ଜଣ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ଘରେ । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦା ନୂଆ ସାହି ତଥା କଳାପଥର ଗୋଲେଇ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଜଣ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର । ଗତ କାଲି ବିଳମ୍ବିତ ରାତିରେ ପ୍ରଥମେ ଜଣେ ସେନା ଅଧିକାରୀଙ୍କ ଘରକୁ ଯାଇ ଲୁଟ କରିବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ । ଏହାପରେ ତାଙ୍କ ସମ୍ମୁଖରେ ଥିବା ସେତ ବେହେରା ନାମକ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ଶୋଇଥିବା ରୁମରେ ପଶିଥିଲେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ସମସ୍ତେ ଶୋଇଥିବା ବେଳେ ଚୋର ଘରର ଝରକା ତାଡି ଘରଭିତରେ ପଶିଥିଲେ । ଏହାପରେ ଅନ୍ୟ ଗୋଟାଏ ବଖରାରୁ ବାହାର ପଟୁ ଗ୍ରିଲ ତାଡି ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହିତ ନଗଦ ୫୦ ହଜାରରୁ ଉର୍ଦ୍ଦ୍ୱ ଟଙ୍କା ନେଇ ଚମ୍ପଟ୍ ମାରିଥିଲେ । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର ଲୋକେ । ଯାହାପରେ ଏନେଇ ବୈଦେଶ୍ୱର ଥାନାକୁ ଖବର ଦିଆ ଯାଇଥିଲା । ଖବର ପାଇ ବୈଦେଶ୍ୱର୍ ଥାନା ଆଇ ଆଇ ସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜିକାଲି ପ୍ରତ୍ୟକ ସ୍ଥାନରେ ବଢ଼ିଚାଲିଛି ଚୋରଙ୍କ ଉତ୍ପାତ । ରାତି ହେଲେ ଲୋକଙ୍କ ଘରେ ପଶି ମନ ଇଚ୍ଛା ଲୁଟ୍ କରୁଛନ୍ତି ।
ସେନା ଅଧିକାରୀଙ୍କ ଘରୁ ଅଳଙ୍କାର ସହ ଲୁଟିନେଲା ନଗଦ ୫୦ ହଜାର ଟଙ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











