The Ultimate Managed Hosting Platform
ADVERTISEMENT

‘ସେ ଆମ ପାଇଁ ମରିଯାଇଛି’ : ଅଞ୍ଜୁଙ୍କ ବାପା

Facebook
Twitter
LinkedIn

ନୂଆଦିଲ୍ଲୀ : ସେ ଆମ ପାଇଁ ମରିଯାଇଛି , ଏଭଳି ମନ୍ତବ୍ୟ ଦେଇଛନ୍ତି ଅଞ୍ଜୁଙ୍କ ବାପା । ନିଜ ସ୍ୱାମୀ ଅରବିନ୍ଦ ଓ ଦୁଇଟି ପିଲାଙ୍କୁ ଛାଡି ରାଜସ୍ଥାନରୁ ପାକିସ୍ତାନର ପଖତୁନଖ୍ୱାରେ ପହଁଚି ପ୍ରେମିକ ନସରୁହ୍ଲାଙ୍କୁ ବିହାର କରିଛନ୍ତି ଅଞ୍ଜୁ । ଅଞ୍ଜୁରୁ ସେ ବନିଛନ୍ତି ଫତିମା । ଯାହାକୁ ନେଇ ଏବେ ହେଉଛ ଚର୍ଚ୍ଚା । ଅଞ୍ଜୁଙ୍କ ବାପା ଏ ନେଇ କହିଛନ୍ତି କି , ସେ ଆମ ପାଇଁ ମରିଯାଇଛି । ମୁଁ ତା ବିଷୟରେ କୈାଣସି କଥା ଜାଣିବାକୁ ଚାହୁଁନାହିଁ । ସେ ତା ଇଚ୍ଛାରେ କାର୍ଯ୍ୟ କରୁଅଛି । ମୁଁ ତା ସହ ୧ ବର୍ଷ ହେବ ଯୋଗାଯୋଗରେ ନାହିଁ । ଅଞ୍ଜୁଙ୍କର ବାପା ମଧ୍ୟପ୍ରଦେଶର ଟେକନାପୁରରେ ରହୁଥିବା ବେଳେ ସେ କହିଛନ୍ତି କି , ସେ ମାନସିକ ଭାବରେ ଠିକ ନଥିଲା ।
ସେପଟେ ପାକିସ୍ତାନର ମଲକନ୍ଦ ଡିଭିଜନର ଡେପୁଟି ପୋଲିସ ଅଫିସର ନସିର ମହମ୍ମଦ ସତି କହିଛନ୍ତି କି , ଅଞ୍ଜୁ ଏବଂ ନସରୁହ୍ଲା ବିବାହ କରିସାରିଛନ୍ତି । ଅଞ୍ଜୁରୁ ସେ ବନିଛନ୍ତି ଫତିମା । ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଅଞ୍ଜୁ ରାଜସ୍ଥାନର ଅରବିନ୍ଦଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ୧୫ ବର୍ଷର ଝିଅ ଥିବା ବେଳେ ୬ ବର୍ଷର ପୁଅ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login