ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ ଦୁଇ ଦିନରେ ଉତ୍ତର ଓଡ଼ିଶା-ଦକ୍ଷିଣ ଝାଡ଼ଖଣ୍ଡ ଦେଇ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏ ବର୍ଷା ହେବ । ଆଜିଠାରୁ ବଢ଼ିବ ବର୍ଷା ବିସ୍ତୃତି ଓ ପରିମାଣ । ପ୍ରବଳ ବର୍ଷା ନେଇ ଆଜି ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ଅଧିକାଂଶ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବି ହୋଇପାରେ । କାଲିଠୁ ଦୁଇ ଦିନ ଭୀଷଣ ବର୍ଷା ସମ୍ଭାବନା ରହିଛି ।
Views: 77