ଭୁବନେଶ୍ୱର: ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରୁ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି। ପ୍ରଣବ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରି ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ। ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ୟ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସାମିଲ ଥିଲେ।
Views: 109











