ମୁମ୍ବାଇ : ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଯାହାଙ୍କ ମୃତ୍ୟୁ ସମସ୍ତଙ୍କୁ ଡରାଇ ଦେଇଥିଲା । ମୁମ୍ବାଇ ସ୍ଥିତ ବଙ୍ଗଳାରେ ତାଙ୍କ ମୃତ ଦେହ ବାହାରିବା ପରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ମୃତ୍ୟୁର କାରଣକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି । ସେ ଯିବା ପରେ ତାଙ୍କ ଘର ଉପରେ ଥିଲା ସମସ୍ତଙ୍କ ନଜର। ଏହାକୁ ନେଇ ଏବେ ଏକ ବଡ ଖବର ସାମ୍ନା କୁ ଆସିଛି । ‘ଦ କେରଳ ଷ୍ଟୋରୀ’ ଷ୍ଟାର ଅଭିନେତ୍ରୀ ଆଦା ଶର୍ମା ବାନ୍ଦ୍ରା ସ୍ଥିତ ମଣ୍ଟ ବ୍ଲାଙ୍କ କୋଠା କିଣିବାକୁ ଯାଉଛନ୍ତି, ଯେଉଁଠି ସୁଶାନ୍ତ ସିଂହ ରାଜପୁତ ରହୁଥିଲେ । ସୁଶାନ୍ତ ଆତ୍ମହତ୍ୟା କରିଥିବା ଘରକୁ ଅଦା କିଣୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ସୂଚନା ଅନୁସାରେ ସୁଶାନ୍ତ ଏହି ଘର ପାଇଁ ୪.୫ ଲକ୍ଷ ଟଙ୍କା ଦେଉଥିବା ବେଳେ ଆଦା ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି ।
ବଲିଉଡ଼ର ଦିବଂଗତ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଘର ଖାଲି ପଡ଼ିଥିଲା । ହେଲେ ଏବେ ସେହି ଘରକୁ ଆଦା ଶର୍ମା କିଣୁଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଖବର ଆସିଥିଲା ଯେ, ଏହାର ଭଡା ବହୁତ ବଢାଇ ଦିଆଯାଇଛି । ତେବେ ଆଦା ଶର୍ମା ଓ ମୃତ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ୨୦୨୦ରେ ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ତେଣୁ ବହୁ ଲୋକ ଏହି ଘରକୁ ଅନଲକି ବା ଅଶୁଭ ମନେ କରନ୍ତି । ଏହି ଘରେ ସୁଶାନ୍ତଙ୍କ ଆତ୍ମା ରହୁଛି ଭାବି ବି ବହୁ ଲୋକ ଏହି ଘରକୁ କିଣିବାକୁ ପଛଘୁଞ୍ଚା ଦେଇଥିଲେ । ଏବେ ଆଦା ଶର୍ମା ଏହି ଘରକୁ କିଣିବାର ଖବର ଶୁଣିବାକୁ ମିଳିଛି ।
ସୁଶାନ୍ତଙ୍କ ଘରକୁ କିଣିବେ ଆଦା ଶର୍ମା !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











