ନୂଆଦିଲ୍ଲୀ : ସୁନା ପରେ ଏଣିକି ରୁପାରେ ହେବ ହଲମାର୍କି । ରୁପା ଅଳଙ୍କାର କିଣିବାରେ କିମ୍ବା ରୁପାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ସରକାର ଏକ ବଡ଼ ଖୁସି ଖବର ଆଣିଛନ୍ତି । ସୁନା ପରେ, ବର୍ତ୍ତମାନ ଭାରତ ସରକାର ରୁପା ଅଳଙ୍କାର ଉପରେ ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି । ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋମବାର ୭୮ ତମ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(BIS) ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରାହକଙ୍କ ମଧ୍ୟରେ ରୁପା ହଲମାର୍କିଂ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଏହାର ଗୁଣାବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯିବା ଉଚିତ୍ । ତେଣୁ ବିଆଇଏସ୍ (BIS) ଏହା ଉପରେ ଆଲେଚନା କରି ନିଷ୍ପତି ନେଇପାରେ ବୋଲି ଯୋଶୀ କହିଛନ୍ତି ।
Views: 43