ଭୁବନେଶ୍ୱର : ରାଜଧାନୀରେ ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା। ସିସିଟିଭିରେ କଏଦ ହେଲା ଦୃଶ୍ୟ । ଗତକାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀ ଦୋକାନରୁ ଲୁଟ ହୋଇଛି। ସଟର ତାଡ଼ି ସୁନା ଦୋକାନରୁ ଲୁଟପାଟ କରିଛନ୍ତି ଲୁଟେରା। ତେବେ କେତେ ପରିମାଣରରେ ସୁନା ଅଳଙ୍କାର ଲୁଟ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
Views: 82