ଭୁବନେଶ୍ୱର : ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ । ଏବେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ରହିଛନ୍ତି ସୁଦାମ ମାର୍ଣ୍ଡି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପଦରୁ ପ୍ରମିଳା ମଲ୍ଲିକ ଇସ୍ତଫା ଦେବା ପରେ ଏହି ଅତିରିକ୍ତ ଦାୟିତ୍ୱ ସୁଦାମ ମାର୍ଣ୍ଡିଙ୍କୁ ମିଳିଛି । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପୁଣି ଜଣେ ମନ୍ତ୍ରୀଙ୍କୁ ଟିମରେ ସାମିଲ କରିବା ବଦଳରେ ପୂର୍ବରୁ ଥିବା ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ନବୀନ । ଏହାପୂର୍ବରୁ ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।
Views: 106











