ବଲାଙ୍ଗିର : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି ଟଙ୍କାର ୧୧୨ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିସ୍ଥାପନ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି।
ସମ୍ବଲପୁରୀ ଭାଷାରେ ନବୀନ କହିଥିଲେ, ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ମୋର ପ୍ରଥମ ଜିଲ୍ଲା ଗସ୍ତ ଆରମ୍ଭ ହେଲା। ଆଜିର ଦିନ ସ୍ବପ୍ନର ସାକାରର ସ୍ବତନ୍ତ୍ର ଦିନ। ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପ ଉଦଘାଟନ କରି ବହୁତ ଖୁସି ବୋଲି ନବୀନ କହିଛନ୍ତି।
Views: 98











