ଜମ୍ମୁ-କାଶ୍ମୀର : ସୀମା ଡେଇଁ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କୀ ଟଳିଥିବା ସୂଚନା ରହିଛି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରାତି ତମାମ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଗୁରୁବାର ସନ୍ଧ୍ୟା ସମୟରୁ ପୁଞ୍ଚ ସ୍ଥିତ ଏଲଓସି ନିକଟରେ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଆତଙ୍କୀ ସୀମା ଡେଇଁ ଭାରତକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଏହା ସୁରକ୍ଷାକର୍ମୀଙ୍କ ଦୃଷ୍ଟିରେ ପଡ଼ଥିଲା । ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ସେନାର ଯବାନ ମାନେ ପାଲଟା ଗୁଳି ଚାଳନା କରିଥିଲେ। ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଆଉ କିଛି ସୀମାବର୍ତ୍ତୀ ଅଞ୍ଚଳରେ ଲୁଚିଥିବା ଆଶଙ୍କା କରାଯାଉଛି । ସମଗ୍ର ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରାଉ କରିବା ସହ ରାତି ତମାମ ସର୍ଚ୍ଚ ଅପରେସନ କରିଛନ୍ତି ।
Views: 75











