The Ultimate Managed Hosting Platform
ADVERTISEMENT

ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ

Facebook
Twitter
LinkedIn

ନୂଆଦିଲ୍ଲୀ : ସିରିୟାରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି। ପୂର୍ବ-ସିରିୟାର ୨ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଛି । F-16 ବିମାନରୁ ହୋଇଛି ବୋମାମାଡ । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଓ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରାଯାଇଛି । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଆମେରିକା ସୈନ୍ୟଙ୍କୁ ଆକ୍ରମଣ କରୁଥିଲେ । ଯାହାର କଡା ଜବାବ ଦେଇଛି ପେଣ୍ଟାଗନ । ତେବେ ଆତ୍ମରକ୍ଷା ପାଇଁ ଏୟାର ଷ୍ଟ୍ରାଇକ ହୋଇଥିବା ପ୍ରତିରକ୍ଷା ସଚିବ ଅଷ୍ଟିନ ସ୍ପଷ୍ଟ କରିଛନ୍ତି । ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛି ଆମେରିକା । ସେହିଭଳି ସେନାର ସୁରକ୍ଷା ପାଇଁ କୌଣସି କାର୍ୟ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବନି ଆମେରିକା ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଆମେରିକୀୟ ସେନା ଆକ୍ସନ ନେଇଛି । ଇରାନୀ ସମର୍ଥିତ ଆତଙ୍କୀ ସଂଗଠନ ଠିକଣାକୁ ଟାର୍ଗେଟ୍ କରି ଧ୍ବଂସ କରିଛି । ସିରିଆରୁ ଇରାକ୍ ପର୍ୟ୍ୟନ୍ତ ଆମେରିକୀୟ ସେନା ଉପରେ ମିସାଇଲ୍ ମାଡ଼ ହୋଇଥିଲା । ପେଣ୍ଟଗନ ରିପୋର୍ଟ ମୁତାବକ, ଅକ୍ଟୋବର ୧୭ ତାରିଖ ପରେ ଆମେରିକା ସୈନ୍ୟ ଠିକଣା ଓ କର୍ମୀଙ୍କ ଉପରେ ପ୍ରାୟ ୧୨ଟି ଏବଂ ସିରିଆରେ ୪ଟି ସ୍ଥାନରେ ହମଲା ହୋଇଥିଲା । ବାୟୁସେନା ବ୍ରିଗେଡିୟର ଏବଂ ଜେନେରାଲ ପୈଟ୍ ରାଇଡର କହିଛନ୍ତି, ଏହି ହମଲାରେ ୨୧ ଆମେରିକୀୟ କର୍ମୀ ଆହତ ହୋଇଥିଲେ । ତେଣୁ ଇରାକର ଅଲ-ଅଲଦ ଏୟାରବେସ୍ ଓ ସିରିଆର ଅଲ-ତନଫ ଗୈପିସନକୁ ଟାର୍ଗେଟ୍ କରାଯାଇଛି । ଏହି ହମଲାରେ ବିଶେଷ କରି ମାନବ ବିହୀନ ଡ୍ରୋନ୍ ବ୍ୟବହାର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login