ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ କମ୍ପାନୀରେ ଧସେଇ ପଶିଲେ ଲୋକେ । ଡାଲମିଆ ସିମେଣ୍ଟ କମ୍ପାନୀରେ ବଡ ଦୁର୍ଘଟଣା । କାଲି ଷ୍ଟକ ରଖାଯାଉଥିବା କୋଇଲା ହପର ଭୁଶୁଡି ପଡିଥିଲା । ଚାପି ହୋଇ ରହିଥିବାଶ୍ରମିକଙ୍କ ସମ୍ପର୍କୀୟ ମାନେ ଧସେଇ ପଶିଲୋ କୋଇଲା ଗୁଣ୍ଡ ତଳେ ଚାପିହୋଇ ରହିଛନ୍ତି ଅନେକ ଶ୍ରମିକ । ଉଦ୍ଧାର ପାଇଁ ପ୍ଲାଣ୍ଟ ଭିତରକୁ ୩ଟି କ୍ରେନ ଓ ୩ଟି ଆମ୍ବୁଲାନ୍ସ ଯାଇଛି । ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ଦୁର୍ଘଟଣାକୁ ନେଇ କାରଖାନା ବାହାରେ ଉତ୍ତେଜନା ଲାଗିରହିଛି । ଏହି ସମୟରେ ହପର ଦାୟିତ୍ବରେ ଥିଲେ ୧୨ଜଣ ଶ୍ରମିକ । ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ସମୟରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା ଏବଂ ପ୍ଲାଣ୍ଟରୁ କରେଣ୍ଟ ଚାଲି ଯାଇ ଥିଲା । ହପରରେ ଗଚ୍ଛିତ ହଟ କୋଇଲା ଡ଼ଷ୍ଟ ହପର ତଳେ ଥିବା ପ୍ଲେଟ୍ ଖସି ଯିବାରୁ କୋଇଲା ଡଷ୍ଟ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା କୁହାଯାଉଛି । ନିୟମିତ ମେଣ୍ଟେନାନ୍ସ ରେ ଅବହେଳା ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ରାଜଗାଙ୍ଗପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ।
ସିମେଣ୍ଟ କମ୍ପାନୀକୁ ଧସେଇ ପଶିଲେ ଲୋକେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











