ନୂଆଦିଲ୍ଲୀ : ସିବିଏସଇର ବଡ ନିଷ୍ପତ୍ତି । ପ୍ରତିଟି ସ୍କୁଲରେ ସିସିଟିଭି ଲଗାଇବା ବାଧ୍ୟତା ମୂଳକ । ପ୍ରତିଟି ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ ଲାଗିବ ସିସିଟିଭି । ଅଡିଓ-ଭିଜୁଆଲ ବ୍ୟବସ୍ଥା ଥିବା ହାଇ ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ଲାଗିବ । ସ୍କୁଲର ଲବି, କରିଡର, କ୍ଲାସରୁମ , ଲାଇବ୍ରେରୀରେ ଲାଗିବ ସିସିଟିଭି । ସିସିଟିଭି ନଜରରେ ରହିବ ଲ୍ୟାବ, କ୍ୟାଣ୍ଟିନ, ଷ୍ଟୋରରୁମ ଖେଳପଡିଆ ।ଟଏଲେଟ ଓ ବାଥରୁମ ବ୍ୟତୀତ ଅନ୍ୟ ସବୁଠି ଲାଗିବ ସିସିଟିଭି କ୍ୟାମେରା । ଶିକ୍ଷାର୍ଥୀଙ୍କ ସୁନିଶ୍ଚିତ କରିବା ମୁଖ୍ୟ ଉଦେ୍ଦଶ୍ୟ ।
ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସୁପାରିଶ ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ହିଂସା, ଦୁର୍ବ୍ୟବହାର, ପ୍ରାକୃତିକ ବିପର୍ୟ୍ୟୟ, ଅଗ୍ନିକାଣ୍ଡ, ପରିବହନ ସମସ୍ୟା ଆଦିରୁ ସୁରକ୍ଷା ଦେବାକୁ କମିଶନ ସୁପାରିଶ କରିଛନ୍ତି।
ସେହିପରି ସ୍କୁଲରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଥିବା ପିଲାଙ୍କ ଉପରେ ମଧ୍ୟ ଏହା ମାଧ୍ୟମରେ ନଜର ରଖା ଯାଇପାରିବ। ସ୍କୁଲରେ ଅପମାନିତ ହେବା ଦ୍ୱାରା କିଛି ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ହୋଇପାରୁନାହିଁ । ସେମାନଙ୍କ ପାଇଁ ସ୍କୁଲ ବାତାବରଣକୁ ସକାରାତ୍ମକ କରିବାରେ ଏହି ପଦକ୍ଷେପ ବେଶ ସହାୟକ ହେବ।
ସିବିଏସଇ ନିଷ୍ପତ୍ତି : ସ୍କୁଲରେ ଲାଗିବ ସିସିଟିଭି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











