ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଜାଲରେ ପୂର୍ବତନ ଲୋକସଭା ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର। କ୍ୟାସ୍ ଫର୍ କ୍ୱାରି ବା ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବାସଭବନରେ ଚଢାଉ କରିଛି ସିବିଆଇ। ଏହି ମାମଲାରେ ଗତବର୍ଷ ଡିସେମ୍ବର ୮ରେ ମହୁଆଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଏକ ମାମଲା ରୁଜୁ କରିଥିଲା ସିବିଆଇ। ତେବେ କିଛିଦିନ ପରେ ଲୋକସଭା ନିର୍ବାଚନ ଥିବାବେଳେ ପୁଣିଥରେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ଟିଏମସି ନେତ୍ରୀ।
Views: 89











