ଭୁବନେଶ୍ୱର : ସିବିଆଇକୁ ହସ୍ତାନ୍ତର ହେଲା ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ଏ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର । ତଦନ୍ତ ରେ ସହ ଯୋଗ କରାଯିବା ସହ ସମସ୍ତ ତଥ୍ୟ ସିବିଆଇକୁ ଦିଆଯିବ । ଆନ୍ତଃରାଜ୍ୟ ଲିଙ୍କ ଥିବା ପୂର୍ବରୁ କହିଥିଲୁ ବୋଲି କହିଛନ୍ତି ଡିଜି । ସିବିଆଇ ଏ ଦିଗରେ ଭଲ ତଦନ୍ତ କରିପାରିବ । ଆମେ ଯେତେବେଳେ ଯାହା ତଥ୍ୟ ପ୍ରମାଣ ପାଇଛୁ, ସେହି ଆଧାରରେ ତଦନ୍ତକୁ ଆଗେଇଛୁ। ଆମକୁ ଆଗକୁ ଯାହା ଯାହା ତଥ୍ୟ ପ୍ରମାଣ ମିଳିବ ତାକୁ ସାମ୍ନାକୁ ଆଣିବୁ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ଏପର୍ୟ୍ୟନ୍ତ ଧରାପଡ଼ିନି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ଅନ୍ୟପଟେ ଗିରଫ ହୋଇଥିବା ସମସ୍ତ ୧୧୪ ପରୀକ୍ଷାର୍ଥୀ ଗତକାଲି ବ୍ରହ୍ମପୁର ଜେଲରୁ ଜାମିନରେ ମୁକୁଳିଛନ୍ତି।
Views: 51











