ନୂଆଦିଲ୍ଲୀ ; ସିନ୍ଧୁ ନଦୀ ଜଳ ଚୁକ୍ତି ନେଇ ପାକିସ୍ତାନକୁ ବଡ ଝଟକା । ଆମେ କିଛି କରିପାରିବୁନି କହିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା । ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଆମେ ଭାରତକୁ ବାଧ୍ୟ କରିପାରିବୁନି । ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତି । ଯଦି କେହି ଅସମହତ ହେଲା ତେବେ ଆମ କାମ ମଧ୍ୟସ୍ଥ କରିବା । ଏତଦବାଦ ଆମର ଅନ୍ୟ କୈାଣସି ଭୂମିକା ନାହିଁ । ପାକିସ୍ତାନ ଏଥିପାଇଁ ଜାତିସଂଘରୁ ନେଇ ବିଶ୍ୱ ବ୍ୟାଙ୍କକୁ ଆବେଦନ କରିଥିଲା।
ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ଉପରେ, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବାଙ୍ଗା କହିଛନ୍ତି, ମଧ୍ୟସ୍ଥତା ବ୍ୟତୀତ ଆମର ଅନ୍ୟ କୌଣସି ଭୂମିକା ନାହିଁ। ବିଶ୍ୱ ବ୍ୟାଙ୍କ କିପରି ହସ୍ତକ୍ଷେପ କରିବ ଏବଂ ସମସ୍ୟାର ସମାଧାନ କରିବ ସେ ବିଷୟରେ ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଏସବୁ ଅର୍ଥହୀନ। ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ମଧ୍ୟସ୍ଥତା ଭାବେ ରହିଛି। ସବୁ ଦିଗରୁ ବିରୋଧର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ଏବେ ବିଶ୍ୱ ବ୍ୟାଙ୍କ ମଧ୍ୟ ଏକ ବଡ଼ ଝଟକା ଦେଇଛି। ଭାରତ ଦ୍ୱାରା ଅପରେସନ ସିନ୍ଦୁର କରାଯିବା ପରେ, ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି ଏବଂ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏହାର ପ୍ରୟାସ ବାରମ୍ବାର ବିଫଳ ହେଉଛି।
ସିନ୍ଧୁ ନଦୀ ଜଳ ଚୁକ୍ତି ନେଇ ପାକିସ୍ତାନକୁ ବଡ ଝଟକା, ଆମେ କିଛି କରିପାରିବୁନି କହିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











