The Ultimate Managed Hosting Platform
ADVERTISEMENT

ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର

Facebook
Twitter
LinkedIn

ନୂଆଦିଲ୍ଲୀ :ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିବ । ଅସ୍ତ୍ରବିରତି ନେଇ କୈାଣସି ପୂର୍ବ ଓ ପର ସର୍ତ୍ତ ନାହିଁ । ଅସ୍ତ୍ରବିରତି ପାଇଁ ପାକିସ୍ତାନ ପ୍ରଥମେ ଅନୁରୋଧ କରିଥିଲା । ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଲଗାଯାଇଥିବା ସବୁପ୍ରକାର କଟକଣା ବଳବତ୍ତର ରହିବ। ସିନ୍ଧୁ ଜଳ ରାଜିନାମା ସ୍ଥଗିତ ଠାରୁ ଆରମ୍ଭ କରି ଅଟ୍ଟାରି ସୀମା ବନ୍ଦ ରଖାଯିବ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ଏପ୍ରିଲ ୨୩ ତାରିଖରେ ଘୋଷଣା କରାଯାଇଥିବା ସମସ୍ତ ମୁକାବିଲାମୂଳକ ପଦକ୍ଷେପ ଜାରି ରହିବ ବୋଲି କୁହାଯାଇଛି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ୨୩ ତାରିଖରେ ଏକାଧିକ କଟକଣା ପାକିସ୍ତାନ ବିରୋଧରେ ଘୋଷଣା କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login