The Ultimate Managed Hosting Platform
ADVERTISEMENT

ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଡ ଗିରଫ

Facebook
Twitter
LinkedIn

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଗିରଫ । ରେଭେନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନ୍ଙ୍କୁ ଗିରଫ କଲା ଭିଜିଲାନ୍ସ । କାଲି ଭିଜିଲାନ୍ସ ଚଢାଉ କରି ଅଧିକାରୀଙ୍କ ୧୫ଟି ପ୍ଲଟ ଠାବ କରିଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର କାର୍ୟ୍ୟରତ ବରିଷ୍ଠ ରାଜସ୍ବ ସହାୟକ ରାମଚନ୍ଦ୍ର ସେନ । କୁଳିଆନା ପଢ଼ିଆରିପୁରରେ ଥିବା ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠାରେ ରେଡ୍ ହୋଇଥିଲା । ବାରିପଦାସ୍ଥିତ ଅଫିସ ଚାମ୍ବର, ସାମଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର ଚାମ୍ବର ଓ ବାରାପଦା ଟାଉନ ତୁଳସୀ ଚଉରାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ । ରାମଚନ୍ଦ୍ର ଦୀର୍ଘ ଦିନ ବାରିପଦା କାର୍ୟ୍ୟାଳୟରେ କାର୍ୟ୍ୟ କରୁଥିବା ବେଳେ ତାଙ୍କ କାର୍ୟ୍ୟକଳାପ ସନ୍ଦେହ ଘେରରେ ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login