The Ultimate Managed Hosting Platform
ADVERTISEMENT

ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ ଗିରଫ

Facebook
Twitter
LinkedIn

କଟକ : କଟକ ସିଡିଏମଓର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ । ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଫାର୍ମ ହାଉସ , ଘର ଓ ଅଫିସ ସମେତ ୫ଟି ସ୍ଥାନରେ ହୋଇଥିଲା ରେଡ । ଚଢାଉ ବେଳେ କଟକ ଯୋବ୍ରା ନୂଆ ସାହି ଘରୁ ଜବତ ହୋଇଥିଲା ୩ ଲକ୍ଷ ୩୦ ହଜାର ଟଙ୍କା । ଭିଜିଲାନ୍ସ ରେଡ ବେଳେ ତାଙ୍କର ଦୁଇଟି ବିଲ୍ଡିଂ ଏବଂ ୧୯ ମୂଲ୍ୟବାନ ପ୍ଲଟ ଠାବ ହୋଇଛି। କଟକ ସହର ଓ ଏହାର ଆଖପାଖରେ ରହିଛି ସବୁ ପ୍ଲଟ । ଚୌଦ୍ବାରର ପଳାଶିଆରେ ଅଢ଼େଇ ଏକର ଜମିରେ ବାବୁଙ୍କର ରହିଛି କୁକୁଡ଼ା ଫାର୍ମ ।
ସେହିପରି ନୂଆସାହିରେ ୨୫ଶହ ବର୍ଗଫୁଟରେ ଏକ ତିନି ମହଲା କୋଠା ରହିଛି । ବରିଷ୍ଠ ସହାୟକ କିଶୋର ସାହାଣୀଙ୍କ ଘରୁ ମିଳିଛି ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୩୫ ଗ୍ରାମ ସୁନା । ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟାଲରେ ୫୫ ଲକ୍ଷ ୪୮ ହଜାର ଟଙ୍କା ଜମା ରହିଛି । ବାବୁଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଯାନ ଅଛି। ତାଙ୍କ ନାଁରେ ୧ କୋଟି ୨୪ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ଥିଲା । ଆୟ ବହିର୍ଭୂତ ସଂପୂତ୍ତି ଠୁଳ ଅଭିଯୋଗରେ କିଶୋରଙ୍କ ଲିଙ୍କ୍ ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login