ପାଟଣଗଡ : ଅସୁସ୍ଥତା ସତ୍ତ୍ବେ ଛୁଟି ନମିଳିବାରୁ ଦେହରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରିନସିପାଲଙ୍କୁ ହ୍ବାଟସ ଆପ ମାଧ୍ୟମରେ ଛୁଟି ଦରଖାସ୍ତ ଦେଇଥିଲେ । କିନ୍ତୁ ଛୁଟି ନ ମିଳିବାରୁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଥିଲେ । ଏନେଇ ସମ୍ପୃକ୍ତ ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Views: 17