ଭୁବନେଶ୍ୱର : ଶୀତରେ ଥରୁଛି ସାରା ରାଜ୍ୟ । ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ଜାଡ । କୋଲ୍ଡ ୱେଭ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ । ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ ଜଗତସିଂହପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଘନ କୁହୁଡି ପାଇଁ କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି । ୨୨ ତାରିଖ ଯାଏଁ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ,କଳାହାଣ୍ଡି, ରାୟଗଡା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ତାମିଲନାଡୁ ମୁହାଁ ହୋଇଥିବା ବେଳେ ଓଡିଶା ଉପରେ ତାହାର ସିଧାପ୍ରଭାବ ନାହିଁ । କିନ୍ତୁ କୋହଲା ପାଗ ସାଙ୍ଗକୁ ବାୟୁ ଚଳାଚଳ ପ୍ରଭାବ ପକାଇବ ।
Views: 29