ଭୁବନେଶ୍ୱର: ୧୦ ଡିଗ୍ରୀ ତଳ ୧୧ ସହର। ସାରା ରାଜ୍ୟରେ ଏବେ ହାଡ଼ ଭଙ୍ଗା ଜାଡ଼ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତ ଲହରୀ ଜାରି । ଗତ ୨୪ ଘଣ୍ଟାରେ ୧୧ସହରରେ ତାପମାତ୍ରା ୧୦ ଡିଗ୍ରୀରୁ କମ ଥିବାବେଳେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ୧୨ ତାରିଖ ଯାଏ ରାଜ୍ୟକୁ ଥରାଇବ ଶୀତ । ଆସନ୍ତା ୨ଦିନ ଯାଏ ରାଜ୍ୟରେ ଅସହ୍ୟ ଶୀତଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଶୀତଲହରୀ ଜାରି ରହିଛି । ଫଳରେ ଖସିଛି ତାପମାତ୍ରା । ଉତ୍ତର – ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୫ରୁ ୬ ଡିଗ୍ରୀ ସେଲସିୟସ ତଳେ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ତାମମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମ ରହିଛି । ୧୩ ତାରିଖ ପରେ ଶୀତ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
Views: 66











