ମାଲକାନଗିରି : ସାର ପାଇଁ ଟଣା ଓଟରା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ଲାମ୍ପସରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଲ୍ୟାମ୍ପସ ପାଚେରି କାନ୍ଥ ଉପରେ ସାର ଜଗି ବସିଛନ୍ତି ଚାଷୀ । ୟୁରିଆ ନେବା ପାଇଁ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କିଏ ଛାତ ତ ଆଉ କିଏ ପାଚେରି ଉପରେ ଚଢିଯାଇଛନ୍ତି ସାର ନେବା ପାଇଁ । ଆଜି ପ୍ରଶାସନର ଲିଖିତ ପ୍ରତିଶ୍ରୃତି ପରେ ସାର ଯୋଗାଇ ଦେବାକୁ ଅନୁମତି ମିଳିଥିବାରୁ ହଜାର ହଜାର ଚାଷୀ ସାର ପାଇଁ ଆସିଛନ୍ତି । କିନ୍ତୁ ମାତ୍ର ୧୨ ଶହ ପ୍ୟାକେଟ ୟୁରିଆ ସାର ଆସିଛି । ହଜାର ହଜାର ଚାଷୀଙ୍କୁ ୧୨ ଶହ ପ୍ୟାକେଟ ସାର କିପରି ବଣ୍ଟନ ହେବ । ଏତେ ଚାଷୀଙ୍କୁ କିଭଳି ଆବଶ୍ୟକ ଅନୁସାରେ ସାର ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ସାର ପାଇଁ ସମସ୍ତଙ୍କୁ ଟୋକେନ ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ଉତ୍ତେଜନା ରୋକିବାକୁ ମାଥିଲି ପୋଲିସ ମୁତୟନ ହୋଇଛନ୍ତି ।
Views: 85











