ସୋର: ବାଲେଶ୍ବରର ସୋର ଅଞ୍ଚଳରେ ସାପ ଆତଙ୍କ। ସୋର, ବିଦୁ, ଈଶ୍ବରପୁର, ମୁନିସିପାଲଟି ଆଦି ଅଞ୍ଚଳରୁ ୧୩ଜଣଙ୍କୁ ସାପ କାମୁଡିବା ପରେ ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।ଗୋଟିଏ ଦିନରେ ୧୩ ଜଣଙ୍କୁ କାମୁଡାଲାଣି ବିଷଧର ସାପ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୋଟିଏ ଦିନରେ ଏକାଧିକ ଲୋକଙ୍କୁ ସାପ କାମୁଡିବାକୁ ନେଇ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଦୁଇ ଦିନ ମଧ୍ୟରେ ୮ଜଣ ସାପ କାମୁଡା ରୋଗୀ ସୋର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Views: 71