The Ultimate Managed Hosting Platform
ADVERTISEMENT

ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ଜାପାନ : ଜାପାନକୁ ମିଳିଗଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ଟାକାଇଚି । ଆଜି ହୋଇଥିବା ଭୋଟରେ ୬୪ ବର୍ଷିୟା ଟାକାଇଚିଙ୍କୁ ବହୁମତ ମିଳିଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ସେ ଜାପାନର ଜାପାନର ୫ମ ପ୍ରଧାନମନ୍ତ୍ରୀ ହେବେ । ଜାପାନର ପୁରୁଷ ପ୍ରାଧାନ୍ୟ ରାଜନୀତିରେ ଏହା ଐତିହାସିକ ସଫଳତା ବୋଲି କୁହାଯାଉଛି । ସାମ୍ବିଧାନିକ ସଂଶୋଧନ, ଶକ୍ତିଶାଳୀ ସେନା, ୟାସୁକୁନି ମନ୍ଦିର ପରିଦର୍ଶନ, କଠୋର ଅନୁପ୍ରବେଶ ନିୟନ୍ତ୍ରଣ ଏବଂ ସମଲିଙ୍ଗୀ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଟାକାଇଚି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିଞ୍ଜୋ ଆବେଙ୍କ ଦୃଢ ସମର୍ଥକ ତଥା ସହଯୋଗୀ ଥିଲେ । ଚଳିତ ବର୍ଷ ଆରମ୍ଭରେ ସେ ଖଊଚର ସଭାପତି ହୋଇଥିଲେ ।
ଶିଗେରୁ ଇଶିବାଙ୍କ ଇସ୍ତଫା ପରେ ଜାପାନ ଇନୋଭେସନ୍ ପାର୍ଟି ସହ ମେଣ୍ଟ କରି ସେ ସରକାରକୁ ଆସିଛନ୍ତି । ସାତ୍ସୁକି କାଟାୟାମାଙ୍କୁ ସେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । ତେବେ ଟାକାଇଚି କ୍ଷମତାକୁ ଆସିବା ଚୀନ୍ ଓ ଦକ୍ଷିଣ କୋରିଆ ସହ ସଂପର୍କୁ ତିକ୍ତ କରିପାରେ ବୋଲି କହିଛନ୍ତି ସମାଲୋଚକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login